Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

କାଳ ହେଲା ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ସ୍କର୍ପିଓ, ଘଟଣାସ୍ଥଳରେ ୨ମୃତ

3/08/2020 at 9:00 AM

ସୋର ୦୩।୦୮: ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିଲେ, କିନ୍ତୁ କିଏ ଜାଣିଥିଲେ ଦୁର୍ଘଟଣାରେ ଚାଲିଯିବ ଜୀବନ । ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋରର ୧୬ ନଂ ଜାତୀୟ ରାଜପଥର କଲେଜ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ କଲେଜ ଛକ ନିକଟରେ ଥିବା ଜଗନ୍ନାଥ ଢାଵା ନିକଟରେ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ ଯୋଗେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିଲେ । କିନ୍ତୁ ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲୁଥିବାରୁ ଡ୍ରାଇଭର୍ ଡାଇଭର୍ସନ ଜାଣି ନପାରି ଆଗରେ ଯାଉଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା ।

ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କୁ ପ୍ରଥମେ ସୋର ,  ପରେ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍କର୍ପିଓ ଡ୍ରାଇଭରକୁ ସୋର ପୋଲିସ ଅଟକ ରଖିଛି । ସେହିପରି ମୃତକ ଦୁଇ ଜଣଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା, ଜମାଲ ସାହା ବୋଲି ଜଣାପଡିଛି ।

   Related Posts