କାଠ ହାଣିବା ବେଳେ ଅଘଟଣ, କଟା ଗଣ୍ଡି ତଳେ ଚାପି ହୋଇ ୨ମୃତ

Published By : Prameya-News7 Bureau | March 02, 2020 IST

ରାୟଗଡା ୦୨।୦୩:  ମୃତ୍ୟୁ ବି ଏମିତି ଆସେ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଚିରକୁଲି ଗାଁର ନିକଟରେ ଘଟିଛି  ଅଘଟଣ  । କାଠ କାଟିବା ବେଳେ ଗଣ୍ଡି ପଡି ୨ଜଣଙ୍କ ମୃତ୍ୟ ହୋଇଛି । ମୃତକ ଲଛମନ ମାଝୀ ଓ ବରୀ ମାଝୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ  ନିଜ ଘର ପାଇଁ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । କିଏ ଜାଣିଥିଲା ଯେ ଘର ପାଇଁ କାଠ ଆଣିବାକୁ ଯାଇଥିବା ବ୍ୟକ୍ତି , ସେହି କାଠ ଗଣ୍ଡ ପଡି ମୃତ୍ୟୁ ହେବ ବୋଲି ।  ଗାଁ ନିକଟରେ ଥିବା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ଉଭୟ ଲଛମନ ଓ ବରୀ । ତେବେ କାଠ ହାଣିବା ସମୟରେ କାଠଗଣ୍ଡି ପଡିଯାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । କାଠ ଆଣିବାକୁ ଯାଇଥିବା ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ , ମୃତଦେହ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.