ବଜ୍ରପାତରେ ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | October 14, 2020 IST

ନୟାଗଡ ୧୪।୧୦ : ପୁଣି ଦାଉ ସାଜିଲା ବଜ୍ରାପାତ , ନେଇଗଲା ୨ଜଣଙ୍କ ଜୀବନ ।  ବଜ୍ରାପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ରାଜ୍ୟରେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ତେବେ ଏସବୁ ଭିତରେ ନୟାଗଡ଼ ଦଶପଲ୍ଲା ଥାନା ଡିହଗାଁରେ ଏକ ଅଘଟଣା ସାମ୍ନାକୁ ଆସିଛି । ବିଲକୁ କାମ କରିବାକୁ ଯାଉଥିବା ବେଳେ ବଜ୍ରାପାତରେ ମାରିଥିଲା । ଘଟଣାସ୍ଥଳରେ ଉଭୟ ଟଳିପଡିଥିଲେ । ତେବେ ସେଠାରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକ ଉଦୟନାଥ ପ୍ରଧାନ (୭୫) ଏବଂ ଶାନ୍ତିଲତା ସାହୁ ବୋଲି ଜଣାପଡିଛି । ମୃତ୍ୟୁର ଖବର ଶୁଣି ପରିବାରରେ ଶୋକର ମାହୋଲ ସୃଷ୍ଟି ହୋଇଛି ।

ସେହିପରି ଗତକାଲି ବାଙ୍କୀ ଅଞ୍ଚଳରେ ମଧ୍ୟ ବିଲକୁ କାମ କରୁଥିବା ବେଳେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ । ପାଗ ଭଲ ଥିବାରୁ ବିଲ କାମ କରୁଥିଲେ , କିନ୍ତୁ ବଜ୍ରାପାତରେ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.