ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ

Published By : Prameya-News7 Bureau | October 31, 2021 IST

ଖୋର୍ଦ୍ଧା ୩୧।୧୦: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ସଞ୍ଜୁବଳା ପ୍ରଧାନ ଓ ସାବିତ୍ରୀ ମହାପାତ୍ର ବୋଲି ଜଣାପଡିଛି ।ଖୋର୍ଦ୍ଧା-ବଲାଙ୍ଗୀର କପାସିଆ ଗାଁ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି ।

{"id":536044,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କପାସିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ରବିବାର ଦିନ ସକାଳ ୪ଟା ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କପାସିଆ ଗାଁର ପର୍ଶୁରାମ ପ୍ରଧାନଙ୍କ ସ୍ତ୍ରୀ ସଞ୍ଜୁବାଳା ପ୍ରଧାନ (୪୫ବର୍ଷ) ହୋଇଥିବା ବେଳେ ସନ୍ତୋଷ ମହାପାତ୍ରଙ୍କ ସ୍ତ୍ରୀ ସାବିତ୍ରୀ ମହାପାତ୍ର (୪୪ବର୍ଷ) ବୋଲି ଜଣାପଡିଛି ।

{"id":536045,"sizeSlug":"full","linkDestination":"none"}

ତେବେ ଦୁର୍ଘଟଣା ପରେ ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ରାସ୍ତାରୋକ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.