ଆଖି ପିଛୁଳାକେ ଚାଲିଗଲା ଜୀବନ, ପୋଖରୀରେ ବୁଡି ଦୁଇ ଶିଶୁ ମୃତ

Published By : Prameya-News7 Bureau | September 22, 2021 IST

କଳାହାଣ୍ଡି ୨୨।୦୯: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବନ୍ଧପାରୀ ଗ୍ରାମପଞ୍ଚାୟତ କୁଟ୍ରୁଗୁଡା ଗାଁରେ ଅଘଟଣ। ପୋଖରୀରେ ବୁଡି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ କୁଟ୍ରୁଗୁଡା ଗାଁର କୁସ୍ମିତା( ୮)ଓ ଗୋଦନ ମାଝୀ(୪) ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପରିବାର ସଦସ୍ୟ କ୍ଷେତରେ କାମ କରୁଥିବା ସମୟରେ ନିକଟରେ ଥିବା ପୋଖରୀରେ ବୁଡି ଯାଇଥିଲେ ଶିଶୁ । ଏହା କିଛି ସମୟ ପରେ ଉଭୟଙ୍କ ମୃତଦେହ ପୋଖରୀରୁ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପରିବାର ସଦସ୍ୟ ଉଭୟଙ୍କ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଏନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଘଟଣାକୁ ନେଇ ପୁରା ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.