ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ

Published By : Prameya-News7 Bureau | September 16, 2021 IST

ଯାଜପୁର ୧୬।୦୯: ପାଣିରେ ଭାସି ଯାଇଥିବା ବାପା ପୁଅଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଛନ୍ତି । ମୃତକ ହେଲେ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର ବାପା କିଶୋର ସିଂ ,କୈଳାସ ସିଂ  । ବୁଧବାର  ଦିନ ଗାଈକୁ ଉଦ୍ଧାର କରିବାକୁ ଯାଇ ଭାସିଯାଇଥିଲେ ବାପା ଓ ପୁଅ । ଯାଜପୁର ଜିଲ୍ଲା ବରି ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର ଘଟିଥିଲେ ଘଟଣା ।

{"id":512248,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୁଧବାର ଦିନ ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ବାପା କିଶୋର ସିଂ ନଦୀରେ ଖସି ପଡିଥିଲେ। ଏହା ଦେଖି ସେଠାରେ ଥିବା ତାଙ୍କ ପୁଅ କୈଳାସ ସିଂ ନଦୀରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନଦୀ ସୁଅରେ ଉଭୟ ବାପପୁଅ ଭାସି ଯାଇଥିଲେ।  ଖବର ପାଇ ବାପ ପୁଅ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ହେଲେ ତାଙ୍କୁ ଉଦ୍ଧାର କରିପାରି ନଥିଲେ । ଶେଷରେ ଗୁରୁବାର ସକାଳୁ ଗଙ୍ଗାଧର ପୁର ଗାଁ ନିକଟରେ ଥିବା ସ୍କୁଲ ପାଖ ବାଉଁଶ ବୁଦାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.