ମାଛ ଧରିବାକୁ ଯାଇ ଫେରିପାରିଲେନି ଘରକୁ, ହାତୀ ଆକ୍ରମଣରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ

Published By : Prameya-News7 Bureau | July 20, 2020 IST

ଢେଙ୍କାନାଳ ୨୦।୭: ଢେଙ୍କାନାଳ ଜିଲ୍ଲା ସଦର ବନାଞ୍ଚଳର ଗଇଲୋ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ସ୍ଥାନୀୟ ଗୁନଦେଈ ଗ୍ରାମ ଝରା ସାହିର ଫଗୁଆ ଦେହୁରୀ ଓ ଶିବ ଦେହୁରୀ ବୋଲି ଜଣାପଡିଛି । ମୃତକ ଦୁଇ ଜଣ ଦାଦା ଓ ପୁତୁରା ବୋଲି ଜଣାପଡିଛି ।

{"id":302963,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉଭୟେ ବ୍ରାହ୍ମଣୀ ନଦୀରୁ ମାଛ ମାରି ଗାଁକୁ ଫେରୁଥିଲେ । ତେବେ ଫେରିବା ବେଳେ ଗଇଲୋ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ହାତୀ ପଲ ହାବୁଡରେ ପଡିଯାଇଥିଲେ । ଉଭୟଙ୍କୁ ହାତୀ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଆକ୍ରମଣ ପରେ ଏହି ହାତୀପଲ ସ୍ଥାନୀୟ ମଠ ରଗଡିକୁ ପଳାଇଥିବା ଜଣାପଡିଛି । ଏହି ହାତୀ ପଲରେ ୧୮ଟି ହାତୀ ରହିଥିଲେ ।

{"id":302964,"sizeSlug":"large"}

ଗତ କିଛିଦିନ ହେଲା ଏହି ଅଞ୍ଚଳରେ ହାତୀ ପଲ ଉପଦ୍ରବ ଜାରି ରଖିଛନ୍ତି । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନବିଭାଗର ଅବହେଳାକୁ ଦାୟୀ କରୁଛନ୍ତି । ଖବର ପାଇ ସଦର ବନକର୍ମଚାରୀ ଓ ହିନ୍ଦୋଳରୋଡ୍ ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.