ମର୍ମନ୍ତୁଦ ଦୁର୍ଘଟଣା ନେଲା ଦୁଇ ଜୀବନ, ଟ୍ରକ୍ ଧକ୍କାରେ ଦାଦା ଓ ଝିଆରୀ ମୃତ

Published By : Prameya-News7 Bureau | May 15, 2020 IST

ରାଜନଗର ୧୫।୫: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦାଦା ଓ ଝିଆରୀଙ୍କ ଜୀବନ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋପାଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଶୁକ୍ରବାର ଦିନ ୧୨ଟା ବେଳେ ବାଇକରେ ଯାଉଥିବା ଦାଦା ଓ ଝିଆରୀଙ୍କ ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଛି। ମୃତ ଦାଦା ନିଗମାନନ୍ଦ ସାହୁ (୩୬) ନିଜ ବାଇକରେ ଝିଆରୀ କୁନିମା (୮)ଙ୍କୁ ବସାଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ନିଗମାନନ୍ଦଙ୍କ ଘର ଓସ୍ତିଆ ପଂଚାୟତ ଅନ୍ତର୍ଗତ ବନ୍ଧପାଟଣା ଗ୍ରାମରେ । ସେ ଟ୍ରକକୁ ଓଭରଟେକ୍ କଲାବେଳେ ସାମ୍ନାରୁ ଏକ ବାଇକ୍ ପଶି ଆସିଥିଲା । ଫଳରେ ଭାରସାମ୍ୟ ହରାଇ ଦୁହେଁ ବାଇକ୍ ସହ ପଡ଼ି ଯାଇଥିଲେ । ଏତିକି ବେଳେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇଥିଲା ଓ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ରାଜନଗର ପୋଲିସ ଟ୍ରକକୁ ଜବତ କରିବା ସହ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.