ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ପ୍ରବାସୀ ଓଡିଆଙ୍କ ସହ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | May 19, 2020 IST

ସୋର ୧୯।୫: ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଉଳିଆପାଟଣା ନିକଟରେ ଚକା ଫାଟିଯିବାରୁ ଏକ ଟ୍ରକ୍ ରାସ୍ତାରେ ଛିଡା ହୋଇଥିବା ବେଳେ ପଛରୁ ଯାଉଥିବା ଏକ ଲରି ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଲରି ଉପରେ ବସିଥିବା ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି ।

{"id":272272,"sizeSlug":"large"}

ସେହିପରି ପଣପଣା ବଜାର ନିକଟରେ କଲିକତାରୁ ଭୁବନେଶ୍ବର ପ୍ରବାସୀଙ୍କୁ ଛାଡି ବସ୍ ଫେରୁଥିବା ବେଳେ ପଣପଣା ନିକଟରେ ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକ୍ ଡ୍ରାଇଭର ଚକା ତଳେ ଚାପି ହୋଇ ରହିଥିବାବେଳେ ଘଟଣାସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.