Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କାର୍‌କୁ ଧକ୍କା ଦେଲା ଟିପ୍ପର, ଆର୍ମି ଯବାନଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

10/04/2021 at 6:02 PM

ଢେଙ୍କାନାଳ ୧୦।୪: ପୁରୁଣା କଟକ-ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ଘଟିପିରି ନିକଟରେ କାରକୁ ଧକ୍କା ଦେଲା ଟିପ୍ପର । ଦୁର୍ଘଟଣାରେ ଆର୍ମି ଯବାନଙ୍କ ସମେତ ଦୁଇ ମୃତ ।କାର୍ ଦୁର୍ଘଟଣା ଯୋଗୁଁ ଚାଲିଗଲା ଜଣେ ଆର୍ମି ଯବାନଙ୍କ ଜୀବନ। ଏହି ଦୁର୍ଘଟଣାରେ ଏହି ଆର୍ମି ଯବାନଙ୍କ ସହ କାରରେ ଥିବା ତାଙ୍କର ଅନ୍ୟ ଜଣେବନ୍ଧୁଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ପୁରୁଣା କଟକ-ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ଘଟିପିରି ନିକଟସ୍ଥ ଧର୍ମକଣ୍ଟା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ଆର୍ମି ଯବାନ ଜଣଙ୍କ ସ୍ଥାନୀୟ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ଗୋପବନ୍ଧୁ ରାଉତ ବୋଲି ଜଣାପଡିଛି । ଅନ୍ୟ ଜଣଙ୍କ ହେଲେ ଭାପୁର କୋତ୍ତମ ଗ୍ରାମର ମନୋଜ ବେହେରା ।

ଗୋପବନ୍ଧୁ ଛୁଟିରେ ଗାଁକୁ ଆସିଥିବାବେଳେ ତାଙ୍କର ଘର କାମ ଯୋଗୁଁ ଢେଙ୍କାନାଳରେ ମିସ୍ତ୍ରୀକୁ ଛାଡି କାର୍ ଯୋଗେ ନିଜ ସାଙ୍ଗ ମନୋଜଙ୍କୁ ସହ ଘରକୁ ଫେରିଥିଲେ । ତେବେ ବିପରୀତ ଦିଗରୁ ଆସୁଥିବା ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ବାଟରେ ଉଭୟଙ୍କର ମୃତ୍ୟୁ ଘଟିଛି । ସେପଟେ ଦୁର୍ଘଟଣା ଘଟିଥିବା ଟିପ୍ପର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୋଲିସ ଟିପ୍ପରକୁ ଜବତ କରିଛି ।

   Related Posts