ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୨ମୃତ

Published By : Prameya-News7 Bureau | September 16, 2020 IST

ଦେବଗଡ଼ ୧୬।୦୯: ଦେବଗଡ଼ ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ପ୍ରଭାଶୁଣୀ ନିକଟରେ ସଡ଼କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଚାଲିଗଲା ୨ବାଇକ ଆରୋହୀଙ୍କ ଜୀବନ । ମୃତକ ଶ୍ରବଣ ନନ୍ଦ ଓ ରିକନ ପ୍ରଧାନ ବୋଲି ଜଣାପଡିଛି ।

ଦେବଗଡ଼ ସହର ଶ୍ରବଣ ନନ୍ଦ ଓ ରିକନ ପ୍ରଧାନ ଏକ ମୋବାଇଲ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଉଭୟେ ବାଇକ ଯୋଗେ ଆସୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ନିଜ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି । ନିଜ ଆତ୍ମୀୟଙ୍କୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.