ସ୍କୁଟି ଉପରେ ମାଡିଗଲା କ୍ରେନ୍ : ଜଣେ ପୁରୁଷ ଓ ମହିଳା ମୃତ
23/12/2020 at 5:17 PM

ବାଲେଶ୍ବର ୨୩।୧୨: ବାଲେଶ୍ବର ସହର ନିକଟସ୍ଥ ରାମେଶ୍ବର ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଏକ ବ୍ରେକଡାଉନ ଟ୍ରକକୁ କ୍ରେନ୍ ଟାଣି ଟାଣି ନେଉଥିବା ବେଳେ ଡାହାଣ ପଟକୁ ମାଡି ଯାଇଥିଲା । ତେବେ ବିପରୀତ ଦିଗରୁ ଏକ ସ୍କୁଟିରେ ଜଣେ ପୁରୁଷ ଓ ମହିଳା ଆସୁଥିବା ବେଳେ କ୍ରେନଟି ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
22 January 2021
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021