Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବାଇକ୍‌କୁ ଧକ୍କା ଦେଇ ରାସ୍ତାକଡ଼ ଜଙ୍ଗଲକୁ ପଶିଗଲା କାର୍‌ , ରାସ୍ତା ଉପରେ ଚାଲିଗଲା ୨ଜଣଙ୍କ ଜୀବନ

30/05/2020 at 1:01 PM

ଫୁଲବାଣୀ ୩୦।୦୫: ଫୁଲବାଣୀ ସଦର ଥାନା ବିଶିପଡା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ସକାଳ ୧୦ଟା ସମୟରେ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ପ୍ରଦୀପ ବଗାର ଓ ନରେଶ ବଗାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ ଯେ, ସକାଳ ୧୦ଟା ସମୟରେ ଗୋଛାପଡା ଥାନା ଆଲମଡା ଗାଁର ପ୍ରଦୀପ ବଗାର ଓ ନରେଶ ବଗାର (ଉଭୟଙ୍କ ବୟସ ୨୫ରୁ ୩୦ ) । ଉଭୟ ଏକ ବାଇକ୍ ଯୋଗେ ଫୁଲବାଣୀରୁ ଗୋଛାପଡା ଫେରୁଥିବା ସମୟରେ ସାମନା ପଟୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାର ଖବର ପାଇଁ ସଦର ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି । ମୃତ ଶରୀର ଦୁଇଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ପଠାଯାଇଛି । ଏବଂ ପୋଲିସର ତଦନ୍ତ ଜାରି ରହିଛି ।

   Related Posts