ଅଜଣା ଗାଡି ଧକ୍କାରେ ଯୁବକ-ଯୁବତୀ ମୃତ, ଅନ୍ୟ ଜଣେ ଯୁବତୀ ଗୁରୁତର
31/01/2020 at 11:24 AM

ସୋର ୩୧।୧: ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟ ଜଣେ ଯୁବକ ଥିବାବେଳେ ଅନ୍ୟଜଣେ ଯୁବତୀ ଅଛନ୍ତି । ଜଣେ ଯୁବତୀ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ଛଅପୋଲିଆଠାରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକ ଅସୁରାଳି ଅଞ୍ଚଳର ଜଣେ ଯୁବକ ଏବଂ ଦୁଇ ଜଣ ଯୁବତୀ ବାଲେଶ୍ଵର ଦିଆଡକୁ ଯାଉଥିବାବେଳେ ଛଅପୋଲିଆ ଠାରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତାହତଙ୍କ ସଂପୂର୍ଣ୍ଣ ପରିଚୟ ମଳିପାରିନାହିଁ । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021