ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା : ଦୁଇ ମୃତ, ଟ୍ରକ୍ ଭିତରେ ଚାପିହୋଇ ରହିଥିଲେ

Published By : Prameya-News7 Bureau | February 02, 2020 IST

କେନ୍ଦୁଝର ୨।୨: କେନ୍ଦୁଝରରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ୍ ଭିତରୁ ମୃତକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

{"id":218965,"sizeSlug":"large"}

କେନ୍ଦୁଝରର ଲାଇଫ୍ ଲାଇନ୍ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ୍ ଲାଇନ୍ । କେନ୍ଦୁଝର ଦେଇ ଯାଇଥିବା ୨୦ନମ୍ବର ଜାତୀୟ ରାଜପଥର ଗୋପାଳପୁର ଗାଁ ନିକଟରେ ଗତକାଲି ରାତି ପ୍ରାୟ  ୨ଟା ୩୦ ମିନିଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

{"id":218966,"sizeSlug":"large"}

କେନ୍ଦୁଝରରୁ ଆଇରନ୍ ନେଇ ଯାଉଥିବା ଏକ ଟ୍ରକ୍ ସହ କେନ୍ଦୁଝରକୁ କୋଇଲା ନେଇ ଆସୁଥିବା ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରୋ ପୋଲିସ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.