ବାର୍‌ହା ମାରିବା ପାଇଁ ଘରେ ରଖିଥିଲେ ବୋମା , ବିସ୍ଫୋରଣରେ ଚାଲିଗଲା ୨ଜଣଙ୍କ ଜୀବନ

Published By : Prameya-News7 Bureau | September 06, 2020 IST

ଦେବଗଡ ୦୬।୦୯: ଦେବଗଡ ଥାନା ଅନ୍ତର୍ଗତ ଚିଲାଣ୍ଟିଖୋଳ ଗାଁରେ ଅଘଟଣ ଘଟିଯାଇଛି। ଘରେ ଥିବା ବୋମା ଫାଟି ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ସନ୍ତୋଷ ପଟ୍ଟା ଓ ରଞ୍ଜି ଭୋଇ ବୋଲି ଜଣାପଡିଛି । ଘରେ ବାର୍‌ହା ମାରିବା ଗୋଳା ରଖାଯାଇଥିଲା । କିନ୍ତୁ ତାହା ବିସ୍ଫୋରଣ ଘଟି ଘରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ଉଭୟ କଂସର ଗାଁର, ଏବଂ ନିଜ ସମ୍ପର୍କୀୟ ପବିତ୍ର ପଟ୍ଟାଙ୍କ ଘରକୁ ଆସିଥିବା ବେଳେ ଘଟିଛି ଅଘଟଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.