ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | December 01, 2020 IST

ଆଠମଲ୍ଲିକ ୧।୧୨: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ହିମିତିରା ଗ୍ରାମ ନିକଟରେ ବାଇକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା । ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଇକ୍ ଚଳାଉଥିବା ରେଢ଼ାଖୋଲ ଅଞ୍ଚଳର ବୁଲୁ ରାଉଳଙ୍କୁ ପିକଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ଫଳରେ ବୁଲୁ ରାଉଳ ବାଇକରୁ ଛିଟିକି ପଡ଼ିଥିଲା । ଅନ୍ୟ ଜଣେ ବିନୋଦ ସ୍ବାଇଁ ବାଇକରେ ରହିଯାଇଥିଲେ । ପିକଅପ ଭ୍ୟାନ୍ ଡ୍ରାଇଭର ବୁଲୁ ଓ ବିନେଦଙ୍କୁ ଗୁରୁତର ଅବସ୍ଥାରେ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସୋମବାର ରାତିରେ ଦୁର୍ଘଟଣା ହୋଇଥିବା ବେଳେ ମଙ୍ଗଳବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବୁଲୁ ରାଉଳର ଘର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଲଡିମାଳ ଗ୍ରାମରେ । ବିନୋଦ ସ୍ବାଇଁଙ୍କ ଘର ରେଢ଼ାଖୋଲ ବ୍ଲକ ଚାରିଘାଟି ଗ୍ରାମରେ ବୋଲି ଜଣାପଡିଛି । କିଶୋରନଗର ପୋଲିସ ପିକଅପ ଭ୍ୟାନ୍ ଚଳକଙ୍କୁ ଅଟକ ରଖିବା ସହ ଗାଡିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.