ମହୁଲ ଗୋଟାଇବାକୁ ଯାଇ ପଡିଗଲେ ହାତୀ ହାବୁଡ଼ରେ ; ଚାଲିଗଲା ୨ଜଣଙ୍କ ଜୀବନ
7/04/2021 at 8:24 AM

Image Courtesy : file
ଅନୁଗୁଳ ୦୭।୦୪: ମହୁଲ ଗୋଟାଇବା ହେଲା କାଳ । ହାତୀ ନେଇଗଲା ୨ଜଣଙ୍କ ଜୀବନ । ଅନୁଗୁଳ ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ଘଟିଛି ଅଘଟଣ । ମୃତକଙ୍କ ନାମ ପଞ୍ଚାନନ ପାଣିଗ୍ରାହୀ(୬୦) ଏବଂ ସୁଆଗି ସେଠି(୫୦) ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ୨ଜଣ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ଜଙ୍ଗଲରେ ମହୁଲ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଉଭୟ ମହିଳା ଓ ପୁରୁଷଙ୍କୁ ହାତୀ ଆକ୍ରମଣ କରିଥିଲା । ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ମଧ୍ୟ ହାତୀଟି ନିକଟ ଜଙ୍ଗଲରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021