ବାଇକ୍‌କୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୨ମୃତ

Published By : Prameya-News7 Bureau | January 27, 2022 IST

ଅନୁଗୁଳ ୨୭।୦୧ : ଅନୁଗୁଳ ମୂଷାପାପୁଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗୁରୁବାର ଅପରାହ୍ନ ସମୟରେ ଅନୁଗୁଳ ଜାତୀୟ ରାଜପଥ ମୂଷାପାପୁଲି ନିକଟରେ ଏକ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣଙ୍କ ପରିଚୟ କୁଡୁଲ ଗାଁର ସନ୍ତୋଷ ସାହୁ ହୋଇଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ । ଉଭୟ ବିଦ୍ୟୁତ ବିଭାଗର କର୍ମଚାରୀ ବୋଲି ଜଣାପଡିଛି । ଉଭୟ ଡ୍ୟୁଟିରେ ଥିଲେ, କୌଣସି କାମରେ ଆସିଥିବା ବେଳେ ଏପରି ଅଘଟଣ ଘଟିଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଅନୁଗୁଳ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.