ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଚାଳକଙ୍କ ଜୀବନ

Published By : Prameya-News7 Bureau | November 30, 2020 IST

ମୋହନା ୩୦।୧୧: ଗଜପତି ମୋହନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ଅଡବା ଥାନା ଆଲିଗଣ୍ଡା-ଦମାଦୁଆ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଛେଳିଗଡ ଗାଁର ରିଗନ ବୀର ଓ ଦମାଦୁଆ ଗାଁର ସିନୁ ନାୟକ । ସୋମବାର ଦିନ ସାଢ଼େ ୧୧ଟାରେ ରିଗନ ନିଜ ବାପାଙ୍କ ସହ ଛେଳିଗଡରୁ ଦମାଦୁଆକୁ ଯାଉଥିଲେ । ସେହି ସମୟରେ ଦମାଦୁଆରୁ ସିନୁ ସହ ଅନ୍ୟ ଦୁଇ ଜଣ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଆସୁଥିଲେ । ତେବେ ଅଲିଗଣ୍ଡା ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.