Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍, ଯୁବକ ଏବଂ ଯୁବତୀଙ୍କ ମୃତ୍ୟୁ

11/09/2021 at 10:45 AM

କନ୍ଧମାଳ ୧୧।୯: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ଦୁଇ ବାଇକ୍ ଚାଳକଙ୍କ ଜୀବନ । ଫୁଲବାଣୀ ସଦର ଥାନା ଅଞ୍ଚଳରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଫୁଲବାଣୀ ସଦର ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ଗାର୍ଡୱାଲରେ ପିଟିହେଲା ବାଇକ୍ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ବାଇକ୍ ଚାଳକ ହେଲେ ଆଶିଷ ଦିଗାଲ ଏବଂ ଦୀପା କହଁର । ରାତି ସମୟରେ ଯାଉଥିବା ବେଳେ ବୁଡାଦାନୀ ନିକଟସ୍ଥ ବୁଲାଣୀ ରାସ୍ତାରେ ଏକ ଗାର୍ଡୱାଲରେ ଭାରସାମ୍ୟ ହରାଇ ପିଟିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୁଅ ଏବଂ ଝିଅର ଶବକୁ ଘଟଣାସ୍ଥଳରୁ ସଦର ପୋଲିସ ଜବତ କରି ତଦନ୍ତ କରୁଛି ।

ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଯୁବକ ଏବଂ ଯୁବତୀ ଗଣେଶ ପୂଜା ସାରି ଘରକୁ ଫେରୁଥିଲା ବେଳେ ଏଭଳି ଅଘଟଣ ଘଟିଥିଲା ।

   Related Posts