କଟକଣା ମାନିଲେନି, ବାମ ହେଲା ଭାଗ୍ୟ : ବରଯାତ୍ରୀ ଭ୍ୟାନ୍ ଓଲଟି ଦୁଇ ମୃତ, ୩୦ରୁ ଅଧିକ ଆହତ

Published By : Prameya-News7 Bureau | June 03, 2020 IST

ଜୟପୁର ୩।୬: ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଭ୍ୟାନ୍ । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କ ମୃତ୍ୟୁଘଟିଛି । ମୃତ ଦୁଇ ମହିଳା ହେଲେ ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଏବଂ ତୁଳସା ଜାନୀ ବୋଲି ଜଣାପଡିଛି । ୪୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ବୋରିଗୁମ୍ମା ବ୍ଲକ୍ ବିସିଂହପୁର ଥାନା ଅନ୍ତର୍ଗତ ଗୁରୁମଇଗୁଡା ଗ୍ରାମ ନିକଟରେ ଘଟିଛି ଏଭଳି ଅଘଟଣ ।

{"id":280690,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ବୋଡିଗାରୁ ମୁଣ୍ଡିଗୁଡା ଗ୍ରାମ ଅଭିମୁଖେ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ୪୦୭ ଭ୍ୟାନ୍ ଏକ ବାହାଘରକୁ ଯାଉଥିଲେ । ଭାରସାମ୍ୟ ହରାଇ ଭ୍ୟାନଟି ଗୁରୁମଇଗୁଡା ଗ୍ରାମ ନିକଟରେ ଓଲଟି ପଡିଥିଲା ।

{"id":280691,"sizeSlug":"large"}

ଖବର ପାଇ ବିସିଂହପୁର ଥାନା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ କୁମୁଲି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.