ରେଳ ଧାରଣାରେ କାମ ବେଳେ ପାହାଡରୁ ଖସିଲା ପଥର : ୨ ମୃତ, ୮ ଆହତ

Published By : Prameya-News7 Bureau | May 06, 2020 IST

ରାୟଗଡା ୬।୫ : ପାହାଡରୁ ପଥର ଖସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ବୋରା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଓଡିଶା ସୀମାନ୍ତରୁ ପ୍ରାୟ ୭୦ କି.ମି. ଦୂର ଆନ୍ଧ୍ରପ୍ରଦେଶର ବୋରା ନିକଟରେ ରେଳଧାରଣାରେ କାମ ଚାଲିଥିବା ବେଳେ ପାହାଡରୁ ପଥର ଖସିପଡିଥିଲା । ଫଳରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ମୃତକ ହେଲେ ୨୯ ବର୍ଷ ବୟସ୍କ ଭି.ସୁରେଶ କୁମାର, ୫୫ ବର୍ଷ ବୟସ୍କ ଭି.ଭେରା ସ୍ବାମୀ ଏବଂ ୪୫ ବର୍ଷ ବୟସ୍କ ଚୁକ୍କା ସୁରି । ଗତକାଲି ଅପରାହ୍ନରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.