Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୫.୦ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ : ୨ ମୃତ, ୧୩ ଆହତ, ଉଦ୍ଧାର କାର୍ଯ୍ୟ ଜାରି

19/05/2020 at 11:31 AM

ବେଜିଂ ୧୯।୫: ଚୀନ୍‌ର ୟୁନାନ ପ୍ରଦେଶର କ୍ୟୁଆଓଜିଆ କାଉଣ୍ଟିରେ ସୋମବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଭୂକମ୍ପର ତୀବ୍ରତା ୫.୦ ରହିଥିଲା । ମଙ୍ଗଳବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସରକାରୀ ନ୍ୟୁଜ୍ ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତି ଅଳିଆ ଆବର୍ଜନା ତଳେ ପୋତିହୋଇଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ଭୂକମ୍ପ ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ ସୋମବାର ରାତି ୯ଟା ୪୭ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ କେନ୍ଦ୍ର ସ୍ଥଳଭାଗରୁ ୮ କିଲୋମିଟର ଗଭୀରରେ ଥିଲା ।

ଏହି ଭୂକମ୍ପ ଝଟକା କ୍ୟୁଜିଙ୍ଗ ସହରର ହୁଜେ କାଉଣ୍ଟି, ଝାଓତୋଙ୍ଗା ଏବଂ ସିଏନୱେଇ ସହର ତଥା ଚୁଶିୟୋଙ୍ଗ ସ୍ବତନ୍ତ୍ର ପ୍ରଦେଶରେ ଅନୁଭୂତ ହୋଇଥିଲା । କ୍ୟୁଆଓଜିଆ କାଉଣ୍ଟିର ସରକାର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୧୬ଟି ସ୍ଥାନରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

   Related Posts