Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଘରକୁ ଫେରିବାକୁ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ : କାରରେ ଦିଲ୍ଲୀରୁ ରାଞ୍ଚି ଗଲେ ଦୁଇ ବିଜେପି ସାଂସଦ, ହୋମ କ୍ଵାରିଏଣ୍ଟାଇନରେ ଦୁଇ ସାଂସଦ

15/04/2020 at 11:22 AM

ନୂଆଦିଲ୍ଲୀ ୧୫/୦୪ : କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାରୁ ଲକଡାଉନକୁ ମେ ୩ ତାରିଖ ଯାଏଁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି | ଲକଡାଉନ ଯୋଗୁଁ ଝାଡଖଣ୍ଡର ୮ ଲକ୍ଷରୁ ଅଧିକ ଲୋକ ଅଲଗା ଅଲଗା ରାଜ୍ୟରେ ଫସି ରହିଛନ୍ତି | ମୁଣ୍ଡ ଉପରେ ଛାତ ନାହିଁ କି ଖାଇବାକୁ କିଛି ନାହିଁ କିନ୍ତୁ ପୋଲିସ ପ୍ରଶାସନର କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନେ ନିଜ ଘରକୁ ଫେରି ପାରୁନାହାନ୍ତି | ଏମାନେ ହେଉଛନ୍ତି ସାଧାରଣ ଜନତା | କିନ୍ତୁ ଝାଡଖଣ୍ଡର ଦୁଇଜଣ ବିଶେଷ ବ୍ୟକ୍ତିଙ୍କ ସମ୍ମୁଖରେ ଏହି ନିୟମ କୋହଳ ହୋଇଛି |

ଝାଡଖଣ୍ଡର ଦୁଇଜଣ ସାଂସଦ ନିଜ କାରରେ ୩ ରାଜ୍ୟ ସୀମା ପାରି କରି ଦିଲ୍ଲୀରୁ ଝାରଖଣ୍ଡ ପହଞ୍ଚିଛନ୍ତି | ଧାନବାଦ ସାଂସଦ ପି.ଏନ.ସିଂହ ଏବଂ ରାଞ୍ଚି ସାଂସଦ ସଞ୍ଜୟ ସେଠ ନିଜ ନିଜ ଘରେ ଅଛନ୍ତି | ସାଂସଦ ପି.ଏନ.ସିଂହ ନିଜ କ୍ଵାରେଣ୍ଟାଇନରେ ଅଛନ୍ତି କିନ୍ତୁ ସଞ୍ଜୟ ସେଠ କ୍ଵାରେଣ୍ଟାଇନରେ ବି ନାହାନ୍ତି | ମଙ୍ଗଳବାର ଦିନ ସେ ରାଞ୍ଚି ଡେପୁଟି କମିଶନର ମହିମାପତ ରାୟଙ୍କୁ ଭେଟିଛନ୍ତି | ଡେପୁଟି କମିଶନର ମଧ୍ୟ ଏଥିପ୍ରତି ଧ୍ୟାନ ଦେଇନଥିଲେ ଯେ କିଭଳି ସଞ୍ଜୟ ସେଠ ଅଲଗା ରାଜ୍ୟରୁ ଆସି କ୍ଵାରେଣ୍ଟାଇନରେ ରହି ନାହାନ୍ତି | ପି.ଏନ.ସିଂହ ରବିବାର ଦିନ ଧାନବାଦରେ ପହଞ୍ଚିଥିଲେ ଓ ସଞ୍ଜୟ ସେଠ ସୋମବାର ରାତିରେ ପହଞ୍ଚିଥିଲେ | ତେବେ ସାଧାରଣ ଜନତା ଓ ସ୍ୱତନ୍ତ୍ର ଲୋକଙ୍କ ଭିତରେ ଏୟା ହିଁ ଫରକ ଯେ ଲକଡାଉନ ଯୋଗୁଁ ଏମାନେ ନିଜ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିପାରୁ ନାହାନ୍ତି |

ଏ ସମ୍ପର୍କରେ ପଚାରିବାରୁ ସଞ୍ଜୟ ସେଠ କହିଛନ୍ତି ଯେ ଘରକୁ ଫେରିବା ପାଇଁ ସେ ଦିଲ୍ଲୀ ପୋଲିସ କମିଶନରଙ୍କ ଠାରୁ ଅନୁମତି ନେଇଥିଲେ | ଦିଲ୍ଲୀରେ ସାଂସଦଙ୍କ ଅଧିବେଶନ ସ୍ଥଗିତ ହେବାପରେ ସେ କ୍ଵାରେଣ୍ଟାଇନରେ ଥିଲେ | ସେ କହିଛନ୍ତି ଯେ, ଏହି ସଙ୍କଟ ସମୟରେ ନିଜ ଅଞ୍ଚଳର ଜନତାଙ୍କୁ କିଭଳି ଛାଡ଼ିଦେବେ | ଏହିଭଳି ସ୍ଥିତିରେ ତାଙ୍କର ଫେରିବା ନିହାତି ଜରୁରୀ ଥିଲା | ଲକଡାଉନ ସମୟରେ ଦିଲ୍ଲୀରୁ ଧାନବାଦ ଫେରିବା ଖବର ଜଣାପଡିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଡେପୁଟି କମିଶନରଙ୍କ ନିର୍ଦେଶ ପରେ ପ୍ରଚଣ୍ଡ ବିକାଶ ପଦାଧିକାରୀ ଉଦୟ ରଜକ ତଥା ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ ଲାୟକ ତାଙ୍କ ଆବାସରେ ପହଞ୍ଚିଥିଲେ | ତାଙ୍କୁ ହୋମ କ୍ଵାରେଣ୍ଟାଇନ କରାଯାଇଛି | ତାଙ୍କୁ ଘରେ ପରୀକ୍ଷା କରିବା ପାଇଁ ଅଧିକାରୀ ନିର୍ଦେଶ ଦେଇଛନ୍ତି | ପି.ଏନ.ସିଂହ ଏଥିରେ ସହମତି ଦେଇଛନ୍ତି | କିନ୍ତୁ ବ୍ୟସ୍ତତା ଯୋଗୁଁ ଯାଞ୍ଚ ଟିମ ସାଂସଦଙ୍କ ଯାଞ୍ଚ କରିପାରିନାହାନ୍ତି | ସେଥିପାଇଁ ଅଧିକାରୀ ତାଙ୍କୁ ଘରେ ହିଁ ଏକାନ୍ତଵାସରେ ରହିବାକୁ କହିଛନ୍ତି | ସେ କାହାକୁ ଦେଖା ସାକ୍ଷାତ ନ କରିବାକୁ କହିଛନ୍ତି |

ସଂସଦ ଅଧିବେଶନରେ ଯୋଗ ଦେବା ପାଇଁ ସାଂସଦ ପି.ଏନ.ସିଂହ ଦିଲ୍ଲୀ ଯାଇଥିଲେ ଏବଂ ଲକଡାଉନରେ ସେଠାରେ ଫସି ଯାଇଥିଲେ | ପାଖାପାଖି ଦୁଇ ସପ୍ତାହ ଦିଲ୍ଲୀରେ ରହିବା ପରେ ସେ ନିଜ ଘର ଧାନବାଦକୁ ଫେରିଛନ୍ତି | ତାଙ୍କ ପରିବାର ଧାନବାଦରେ ରହନ୍ତି | ସାଂସଦ ନିଜ କାରରେ ଆବଶ୍ୟକ ମୁତାବକ ଯଥେଷ୍ଟ ଖାଦ୍ୟପେୟ ଧରି ଲଗାତାର ୧୭ ଘଣ୍ଟା ଯାତ୍ରା କରି ଧାନବାଦରେ ପହଞ୍ଚିଛନ୍ତି |

   Related Posts