ବିକାଶର ଦୁବେର ୨ସାଥୀ ଏନ୍କାଉଣ୍ଟରରେ ନିହତ, ଗ୍ୟାଙ୍ଗଷ୍ଟାରକୁ ଧରିବା ପାଇଁ ଚଢାଉ ଜାରି
9/07/2020 at 8:30 AM

କାନପୁର ୦୯।୦୭: କାନ୍ପୁରରେ ସୁଟଆଉଟ ପରେ ପୋଲିସ ଟାର୍ଗଟରେ ଏବେ ବିକାଶ ଦୁବେ ଓ ତାର ସାଥୀମାନ । ପୋଲିସ ଦିନରାତି ଏକ କରି ଏହି ସମସ୍ତଙ୍କୁ ଖୋଜିବାରେ ଲାଗିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି । ଏହି ରେଡ୍ କରୁଥିବା ସମୟରେ ପୋଲିସକୁ ବିକାଶ ଦୁବେର ଆଉ ଦୁଇ ଜଣ ସାଥୀଙ୍କ ସନ୍ଧାନ ପାଇଥିଲା । ଜଣେ ପୋଲିସ ପଞ୍ଝାରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ନିହତ ହୋଇଥିବା ବେଳେ ଆଉ ଜଣେ ପୋଲିସ ଉପରକୁ ଗୁଳିମାଡ କରି ନିହତ ହୋଇଛି । କାନପୁର ସୁଟଆଉଟ୍ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଅତି ନିକଟତର ସାଥୀ ରଣବୀର ଶୁକ୍ଲା ଓ ପ୍ରଭାତ ମିଶ୍ରକୁ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି । ପ୍ରଭାତ ମିଶ୍ରାକୁ ପୋଲିସ ଫରିଦାବାଦର ଏକ ହୋଟେଲରୁ ଗିରଫ କରିଥିଲା । କିନ୍ତୁ ପୋଲିସ କଷ୍ଟଡ଼ିରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଏନ୍କାଉଣ୍ଟରରେ ନିହତ ହୋଇଛି ।
ଏହାସହିତ ଇଟଓ୍ୱାରେ ବିକାଶ ଦୁବେର ଆଉ ଜଣେ ନିକଟତର ସାଥୀ ରଣବୀର ଶୁକ୍ଲା ମଧ୍ୟ ନିହତ ହୋଇଛି । ପୋଲିସ ମୁତାବିକ, ରଣବୀର ଶୁକ୍ଲା ବିଳମ୍ବିତ ରାତିରେ ମହେବା ନିଟକରେ ଥିବା ଜାତୀୟ ରାଜପଥରୁ ଏକ ସ୍ୱିଫ୍ଟ କାର୍ ଲୁଟ୍ କରୁଥିଲା । ରଣବୀର ସହିତ ଆଉ ତିନିଜଣ ସାଥୀ ମଧ୍ୟ ଏହି ଲୁଟ୍ ଘଟଣାରେ ସାମିଲ ଥିଲେ । ପୋଲିସକୁ ଲୁଟ୍ର ଖବର ମିଳିବା ମାତ୍ରେ ସମସ୍ତ ଡକାୟତଙ୍କୁ ସିଭିଲ ଲାଇନ ଥାନା ଅନ୍ତର୍ଗତ କାଚୁରା ରୋଡ ନିକଟରେ ଘେରି ଯାଇଥିଲେ । ପୋଲିସ ଓ ରଣବୀର ଶୁକ୍ଲା ମଧ୍ୟରେ ଗୁଳିବିନମୟ ଆମ୍ଭ ହୋଇଯାଇଥିଲା । ଗୁଳିବିନିମୟରେ ରଣବୀର ଶୁକ୍ଲା ନିହତ ହୋଇଥିଲା । କିନ୍ତୁ ରଣବୀର ଆଉ ତିନିଜଣ ସାଥୀ ଫେରାର ହେବାର ସକ୍ଷମ ହୋଇଯାଇଛନ୍ତି । ଇଟାଓ୍ୱା ପୋଲିସ ପକ୍ଷରୁ ପାଖା-ପାଖି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ନିହତ ରଣବୀର ଶୁକ୍ଲା ଉପରେ ୫୦ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା । ସେ ମଧ୍ୟ କାନପୁର ସୁଟ୍ଆଉଟ୍ ଏକ ଅଭିଯୁକ୍ତ ରହିଥିଲା । ଯାହାକୁ ପୋଲିସ ନିହତ କରିଛି ।
ବିକାଶ ଦୁବେର ଆଉ ଜଣେ ସାଥି ଲୁଚି ରହିଥିବାର ପୋଲିସକୁ ଖବର ମିଳିଥିଲା । ଫରିଦାବାଦର ଏକ ହୋଟେଲରେ ବିକାଶ ଦୁବେ ଲୁଚି ରହିଥିବାର ସୂଚନା ମିଳିଥିଲା । ଏହା ପରେ ପୋଲିସ ଟିମ୍ ହୋଟେଲରେ ରେଡ୍ କରିଥିଲା । ପୋଲିସ ଚଢାଉ ବେଳେ ବିକାଶ ଦୁବେ ମିଳିନଥିଲା । କିନ୍ତୁ ତା ସାଥୀ ପ୍ରଭାତ ମିଶ୍ରା ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ହୋଟେଲ୍ରେ ଗୁଳି ଚାଳନାର ଆବାଜ ଆସିଥିଲା ।
ପ୍ରଭାତ ମିଶ୍ରାର ଏନ୍କାଉଣ୍ଟର ବିଷୟରେ ସୂଚନା ଦେଇ ଆଇଜି ମୋହିତ ଅଗ୍ରଓ୍ୱାଲ୍ କହିଛନ୍ତି ଯେ, ପୋଲିସ ଟିମ୍ ପ୍ରଭାତକୁ ନେଇ ଫରିଦାବାଦରୁ ଗିରଫ କରି ଆସୁଥିଲା । ରାସ୍ତାରେ ଗାଡି ଖରାପ ହୋଇଯିବାରୁ ସମସ୍ତ ଗାଡି ମରାମତି ପାଇଁ ଓହ୍ଲାଇଥିଲା । ଏହି ସମୟରେ ପ୍ରଭାତ ପୋଲିସର ବନ୍ଧୁକ ଧରି ଖସିଯିବାକୁ ଉଦ୍ୟମ କରୁଥିଲା । ଏହା ପରେ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛି । କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଭାତ ମିଶ୍ରା ନିକଟରୁ ପୋଲିସକୁ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ମଧ୍ୟରୁ ଦୁଇଟି ସରକାରୀ ରହିଛି । ଯାହା ଜୁଲାଇ ୨ ରାତିରେ ହୋଇଥିଲା ସୁଟ୍ଆଉଟ୍ରେ ନିହତ ହୋଇଥିବା ୮ଜଣ ପୋଲିସ କର୍ମଚାରୀଙ୍କ ଠାରୁ ଲୁଟି ନିଆଯାଇଥିଲା ।
ଏହାପୂର୍ବରୁ ପୋଲିସ ବିକାଶ ଦୁବେର ଅତି ପାଖ ଲୋକ ମାନେ ଡାହାଣ ହାତ ବୋଲି କୁହାଯାଉଥିବା ଅମର ଦୁବେକୁ ଏନ୍କାଉଣ୍ଟରରେ ନିହତ କରିଥିଲା । ପୋଲିସକୁ ଖବର ମିଳିଥିଲା କି ଅମର ଦୁବେ ହମିରପୁର ଜିଲ୍ଲାରୁ ଲୁଚି ରହିଛି । ଏହାପରେ ଏନ୍କାଉଣ୍ଟରରେ ଅମର ଦୁବେ ନିହତ ହୋଇଥିଲା । ଅମର ମୁଣ୍ଡ ପୋଲିସ ପକ୍ଷରୁ ୫୦ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା । ପୋଲିସ ଅମର ଦୁବେ ନିକଟରୁ ଅତ୍ୟାଧୁନିକ ବନ୍ଧୁକ ମଧ୍ୟ ଜବତ କରିଛି ।