ଭଦ୍ରକ ଅଭିମୁଖେ ଆସୁଛି ଆଉ ଦୁଇଟି ଟ୍ରେନ୍, ଆସୁଛନ୍ତି ପ୍ରବାସୀ ଓଡିଆ

Published By : Prameya-News7 Bureau | May 13, 2020 IST

ଭଦ୍ରକ ୧୩।୫: ଆଉ ଦୁଇ ଟ୍ରେନରେ ଆସୁଛନ୍ତି ପ୍ରବାସୀ ଓଡିଆ । ଟ୍ରେନ୍ ଯୋଗେ ଆଜି ଭଦ୍ରକରେ ପହଞ୍ଚିବେ ପ୍ରବାସୀ ଓଡିଆ । ଆଜି ମହାରାଷ୍ଟ୍ରର ଥାନେରୁ ଗୋଟିଏ ଟ୍ରେନ୍ ପହଞ୍ଚିବାକୁ ଥିବାବେଳେ ଅନ୍ୟ ଟ୍ରେନ୍ ବିଷୟରେ କୌଣସି ସୂଚନା ମିଳିନାହିଁ ।

{"id":269033,"sizeSlug":"large"}

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରର ମଙ୍ଗଳଗିରିରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗେ ପ୍ରବାସୀ ଓଡ଼ିଆ ଭଦ୍ରକରେ ପହଞ୍ଚିଥିଲେ । ଆଜି ମଧ୍ୟ ୨ଟି ଟ୍ରେନ୍ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକରେ ପହଞ୍ଚିବ । ଗତକାଲି ଚରମ୍ପା ଷ୍ଟେସନରେ ପ୍ରାୟ ୪୦୦ ପ୍ରବାସୀ ଓହ୍ଲାଇବା ପରେ ସମସ୍ତଙ୍କୁ ସ୍କ୍ରିନିଂ କରାଯାଇଛି । ଭଦ୍ରକ ଷ୍ଟେସନରେ ପ୍ରବାସୀ ଓହ୍ଲାଉଥିବାରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସର ସମେତ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ବଳବତ୍ତର ରହିଛି । ଏହି କର୍ଫ୍ୟୁ କଟକଣା ଆଜି ଦିନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

{"id":269034,"sizeSlug":"large"}

ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ବତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲା ଓ ବ୍ଲକକୁ ପଠାଯାଇଛି । ପଞ୍ଚାୟତ କିମ୍ବା ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଛି । ଷ୍ଟେସନ ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବା ସହ କିପରି ସାମାଜିକ ଦୂରତା ଅବଲମ୍ବନ କରିଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜିଆରପି, ଆରପିଏଫ, ଭଦ୍ରକ ପୋଲିସ ମୁତୟନ ହୋଇଛନ୍ତି । ଜିଲ୍ଲାର ସମସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.