ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୨ଟି ଗେଟ୍, ମୋଟ୍ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ

Published By : Prameya-News7 Bureau | September 21, 2021 IST

ସମ୍ବଲପୁର ୨୧।୦୯: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି । ବାମ ପାର୍ଶ୍ବରେ ୯ ଏବଂ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ତେବେ ଜଳଭଣ୍ଡାର ଇନଫ୍ଲୋ ବଢିବା ସହ ଜଳସ୍ତର ବଢିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର  ରହିଛି ୬୨୯.୫୮ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୧ଲକ୍ଷ ୮୬ହଜାର ୨୭୯ କ୍ୟୁସେକ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ୨ଲକ୍ଷ ୧୬ହଜାର  ୭୯୪ କ୍ୟୁସେକ ଜଳ ଛଡାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.