କନ୍ଧମାଳରେ ସ୍ଥିତି ସଙ୍ଗୀନ : କରୋନା ଯୋଦ୍ଧାଙ୍କ ସମେତ ୨ମୃତ, ୮୪୦ରେ ପହଞ୍ଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | August 08, 2020 IST

ଫୁଲବାଣୀ ୦୮।୦୮: କରୋନା ସ୍ଥିତି ଅଣାୟତ୍ତ । ଗତକିଛି ଦିନ ହେଲା ରାଜ୍ୟରେ ବଢି ବଢି ଚାଲିଛି କରୋନା ଗ୍ରାଫ । ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଖୋର୍ଦ୍ଧା ଓ ଅନ୍ୟ କିଛି ଜିଲ୍ଲାରେ ଗ୍ରାଫ ଉପରମୁହାଁ ରହିଛି । ଯେପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।

ସେହିପରି ଜିଲ୍ଲାରୁ ପୁଣି ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ପୋଲିସ୍ ଏଏସଆଇ ରହିଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ୫୨ ଜଣ ସଂକ୍ରମିତଙ୍କୁ  ମିଶାଇ ୮୪୦ରେ ପହଞ୍ଚିଛି  ଆକ୍ରାନ୍ତଙ୍କ ସଂଖ୍ୟା ।  ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ  ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୩୯୩ ଜଣ ଚିକିତ୍ସିତ ହେଉଛନ୍ତି ।

wp:core-embed/wordpress {"url":"http://www.prameyanews7.com/corona-cases-reached-44193-in-odishab/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/corona-cases-reached-44193-in-odishab/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.