ରାଜ୍ୟରେ ଆଉ ଦୁଇ କରୋନା ସଂକ୍ରମିତ ଚିହ୍ନଟ, ଢେଙ୍କାନାଳରୁ ଜଣେ ଓ ଅନ୍ୟଜଣକ ପଶ୍ଚିମବଙ୍ଗରୁ ଆସିଛନ୍ତି

Published By : Prameya-News7 Bureau | April 09, 2020 IST

ଭୁବନେଶ୍ୱର ୦୯।୦୪: ଓଡିଶାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଛି । ଆଜି ରାଜ୍ୟରେ ଆଉ ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଦୁଇଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ  ଅନ୍ୟ ଜଣକ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଆଜି ଦୁଇଜଣ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ରେ ଏହି ସୂଚନା ଦିଆଯାଇଛି ।

wp:core-embed/twitter {"url":"https://twitter.com/HFWOdisha/status/1248143910892797952","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1248143910892797952
/wp:core-embed/twitter

ଭୁବନେଶ୍ୱରରେ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କୋଭିଡ୍-୧୯ ପ଼ିଜିଟିଭ୍‌ଙ୍କ ବୟସ ୬୯ବର୍ଷ । ସେ ପଶ୍ଚିମବଙ୍ଗର ମେଦିନାପୁର ବାସିନ୍ଦା । ତାଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଢେଙ୍କାନାଳ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ପଜିଟିଭ୍‌, ଜଣେ ମହିଳା ଓ ତାଙ୍କ ବୟସ ୫୧ବର୍ଷ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.