ମାଟିରେ ମିଶିଲା ଆଉ ଦୁଇଟି ଆପାର୍ଟମେଣ୍ଟ, ଗତକାଲି ଦୁଇଟି ଭଙ୍ଗାଯାଇଥିଲା

Published By : Prameya-News7 Bureau | January 12, 2020 IST

କୋଚି ୧୨|୧: ମାଟିରେ ମିଶିଲା ଆଉ ଦୁଇଟି ଆପାର୍ଟେମଣ୍ଟ । କେରଳର କୋଚିରେ ଗତକାଲି ଦୁଇଟି ଆପାର୍ଟମେଣ୍ଟକୁ ପ୍ରଶାସନ ଭାଙ୍ଗିଥିଲା । ଆଜି ଆଉ ଦୁଇଟି ଆପାର୍ଟମେଣ୍ଟକୁ ଭଙ୍ଗାଯାଇଛି । କେରଳ ମାରାଦୁରେ ୪ଟି ବହୁତଳ କୋଠା ନିର୍ମାଣ କରାଯାଇଥିଲା । ଯେଉଁଥିରେ H2O Holyfaith apartment ଓ ଆଲଫା ସେନିନର ଦୁଇଟି ଲେଖାଏଁ ଆପାର୍ଟମେଣ୍ଟ ଥିଲା ।

{"id":210150,"sizeSlug":"large"}

କୋଷ୍ଟାଲ ରେଗୁଲେସନ ଜୋନ୍ ନିୟମ ଉଲଂଘନ କରି କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ମନୋରମ ସ୍ଥାନରେ ନିର୍ମାଣ କରାଯାଇଥିଲା ଏହି କୋଠା ଗୁଡିକ । ଗତବର୍ଷ ଏହି ମାମଲାର ଶୁଣାଣି କରି କୋଠା ଗୁଡ଼ିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେହିପରି ଆପାର୍ଟମେଣ୍ଟରେ ଘର କିଣିଥିବା ବ୍ୟକ୍ତି ବିଶେଷଙ୍କୁ କ୍ଷତିପୂରଣ ଦେବା ପାଇଁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

{"id":210152,"sizeSlug":"large"}

ଆପାର୍ଟମେଣ୍ଟ ଭାଙ୍ଗିବା ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଥିବା ବେଳେ ଗତକାଲି ଦୁଇଟି ଭଙ୍ଗାଯାଇଥିଲା । ଗତକାଲି ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ବିଲ୍ଡିଂର ୨୦୦ ମିଟର ପରିଧି ମଧ୍ୟରେ ସାଧାରଣ ଲୋକଙ୍କ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଗତକାଲି ସକାଳ ୧୧ଟାରୁ ବିଲ୍ଡିଂ ଭାଙ୍ଗିବା କାମ ଆରମ୍ଭ କରାଯାଇଥିବା ବେଳେ ମାତ୍ର ୫ ସେକେଣ୍ଡରେ ମାଟିରେ ଗୋଟିଏ ପରେ ଗୋଟିଏ କୋଠା ମିଶିଥିଲା । ଆଜି ଆଉ ଦୁଇଟି କୋଠାକୁ ଭଙ୍ଗା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.