Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସଂଗରୋଧ କେନ୍ଦ୍ରରେ ୨ ମାସ ଶିଶୁ କନ୍ୟାର ମୃତ୍ୟୁ

28/05/2020 at 11:24 AM

ବରଗଡ୨୮।୫: ସଂଗରୋଧ କେନ୍ଦ୍ରରେ ଦୁଇ ମାସର ଶିଶୁ କନ୍ୟାର ମୃତ୍ୟୁ । ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ୍ ଲରାସରା ସଂଗରୋଧ କେନ୍ଦ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାରୁ ଫେରିଥିବା ଦମ୍ପତ୍ତି ସଂଗରୋଧ କେନ୍ଦ୍ରରେ ରହିଥିଲେ । ସେମାନଙ୍କ ସହ ୨ ମାସର ଶିଶୁକନ୍ୟା ମଧ୍ୟ ସେମାନଙ୍କ ସହ ରହିଥିଲେ । ଟିଏମସି ସେଣ୍ଟରରେ ଦୁଇ ମାସ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ସକାଳୁ ଶିଶୁଟିର ଦେହ ଅସୁସ୍ଥ ଥିବାର ତାଙ୍କ ମା’ ଜଣାଇଥିଲେ । ଏହାପରେ ଅତାବିରାରୁ ଡାକ୍ତର ଆସି ଯାଞ୍ଚ କରିବା ପରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବା ଯୋଗୁଁ ଟେଷ୍ଟ କରାଯାଇନଥିବା ସ୍ଥାନୀୟ ବିଡିଓ ପ୍ରଣବ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

   Related Posts