ଆସିଛି ନୂଆ ଅତିଥି, ସମ୍ବଲପୁର ଡିଅର୍ ପାର୍କକୁ ଆସିଛି ୨ ମାସର ଭାଲୁ ଛୁଆ
10/01/2021 at 1:22 PM

ସମ୍ବଲପୁର ୧୦।୦୧: ସମ୍ବଲପୁର ଡିଅର୍ ପାର୍କକୁ ଆସିଛି ନୂଆ ଅତିଥି । ବନ୍ଯପ୍ରାଣୀ ବିଭାଗ ୨ ମାସର ଭାଲୁ ଛୁଆକୁ ଆଣି ସମ୍ବଲପୁର ଡିଅର ପାର୍କରେ ଆଣି ରଖାଯାଇଛି । ଦେବଗଡ ଜଂଗଲରୁ ଏହି ଭାଲୁ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ ।
ତେବେ ସମ୍ବଲପୁର ଡିଅର ପାର୍କକୁ ଆଣିଲା ଏହି ଭାଲୁ ଛୁଆକୁ ନୀରିକ୍ଷଣରେ ରଖାଯାଇଛି । ବନ ବିଭାଗର ସ୍ବାସ୍ଥ୍ଯ ଟିମ୍ ଭାଲୁ ଛୁଆର ସ୍ବାସ୍ଥ୍ଯ ପରୀକ୍ଷା କରିଛନ୍ତି । ବର୍ତ୍ତମାନ ଭାଲୁ ଛୁଆଟିର ସ୍ବାସ୍ଥ୍ଯବସ୍ଥା ସ୍ଥିର ଥିବା ଜଣାପଡିଛି । ଭାଲୁଛୁଆଟିକୁ ପ୍ରାଥମିକ ପର୍ଯ୍ଯାୟରେ କ୍ବାରେଣ୍ଟାଇନରେ ରଖାଯାଇଥିବା ହୀରାକୁଦ ବନ୍ଯପ୍ରାଣୀ ଡିଭିଜନର ଡିଏଫଓ ପ୍ରତାପ କଟ୍ଟାପଲ୍ଲୀ ସୂଚନା ଦେଇଛନ୍ତି ।
Related Posts
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021