୭ ଜନ୍ମର ବନ୍ଧନ ଗଲାନି ୭ ମାସ: ବାହାଘରର ୨ ମାସ ନପୁରୁଣୁ ବଧୂ ହତ୍ୟା ଅଭିଯୋଗ
19/04/2020 at 10:17 PM

ଭଦ୍ରକ୧୯/୪: ସାତ ଜନ୍ମ ପାଇଁ ସମ୍ପର୍କ ଯୋଡିଥିଲେ ନବବଧୂ ହେଲେ ୭ ମାସ ଗଲାନି ସାତ ଜନ୍ମର ବନ୍ଧନ । ଦଶ ଦିଗପାଳ ଆଉ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ । ସାତ ଜନ୍ମ ସାଙ୍ଗ ହୋଇ ରହିବେ ବୋଲି ବେଦୀରେ ବସି ଶପଥ କରିଥିଲେ । କିନ୍ତୁ କଥା ରହିଗଲା ଅଧା । ଅଧବାଟରୁ ସବୁ ଆଶା, ସ୍ବପ୍ନ ଓ ବିଶ୍ୱାସ ଧୂଳିସାତ ହେଇଗଲା। ଆଉ ଭରସା ଯେମିତିକୁ ସେମିତି ରହିଗଲା। ଏମିତି କଥା କହିବାର କାରଣ ୨ ମାସ ତଳେ ବାହାଘର ହୋଇଥିଲା । କିନ୍ତୁ ବାହାଘରକୁ ୨ ମାସ ନପୂରୁଣୁ ନବବିବାହିତା ଜୀବନ ହାରି ଦେଇଛନ୍ତି। ସେପଟେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ବାପ ଘର ଲୋକେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି ନାରାୟଣ ପୁର ଗାଁ ରୁ ଆସିଛି ଅଭିଯୋଗ । ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଦେବଦୀପ ପଣ୍ଡାଙ୍କ ପତ୍ନୀ ପ୍ରତିମା ଷଡ଼ଙ୍ଗୀ ବୋଲି ସୂଚନା ମିଳିଛି । ପ୍ରତିମା ଜାନୁୟାରୀ ୧୭ ତାରିଖରେ ବୈଦିକ ରୀତି ରିବାଜରେ ବିବାହ କରିଥିଲେ । ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ଆସୁଥିଲେ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ କୌଣସି କାରଣରୁ ଶ୍ୱଶୁର ଘରେ ଝଗଡା ହୋଇଥିଲା । ସମସ୍ତେ ମିଶି ପ୍ରତିମାଙ୍କୁ ଛାତରୁ ଠେଲି ଦେଇଥିବା ବେଳେ ସୌଭାଗ୍ୟବଶତଃ ପ୍ରତିମା ବଞ୍ଚି ଯାଇଥିଲେ। ତେବେ ମୃତ୍ୟୁ ପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଥିବା ଫୋନ ଯୋଗେ ଘରଲୋକଙ୍କୁ ପ୍ରତିମା ଜଣାଇଥିଲେ । ଘର ଲୋକେ ନିକଟ ସମ୍ପର୍କୀୟଙ୍କୁ ପ୍ରତିମାଙ୍କ ଶଶ୍ବର ଘରକୁ ପଠାଇଥିଲେ। ପରିବାର ଲୋକେ ପହଞ୍ଚି ପ୍ରତିମା କୁ ଭଦ୍ରକ ମେଡିକାଲ ଆଣିଥିଲେ । ମେଡିକାଲ ରେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରତିମାଙ୍କ ମା ଧାମନଗର ଥାନାରେ ପ୍ରତିମାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।