କାମାକ୍ଷାନଗରରେ ହାତୀ ଆତଙ୍କ;ଆକ୍ରମଣରେ ଖଣ୍ଡାନାଳ ଆଶ୍ରମର ୨ ବାବା ମୃତ

Published By : Prameya-News7 Bureau | May 08, 2018 IST

କାମାକ୍ଷାନଗରରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ସରାଙ୍ଗ ଖଣ୍ଡାନାଳ ଆଶ୍ରମର ୨ ବାବାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାରିହାପୁରର ବାବା ମାଧବାନନ୍ଦ ଓ ଅନ୍ଧାରିଖୋଲର ବାବା ମୁନା ସାହୁ । ଉଭୟ କଣ୍ଡାନାଳ ଆଶ୍ରମରେ ରହୁଥିଲେ । ଭୋରରୁ ଶୌଚ ପାଇଁ ନାଳ ନିକଟକୁ ଯାଇଥିବା ବେଳେ ଦୁହେଁ ହାତୀ ହାବୁଡାରେ ପଡିଯାଇଥିଲେ । ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀ ଆତଙ୍କ ଚଳାଇଛି । ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ ଗତକାଲି ଆଶ୍ରମ ନିକଟରେ ହାତୀ ପଲ ବୁଲୁଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.