ମହିଳାଙ୍କ ଇଜ୍ଜତସହ ଖେଳିଲେ ବିଧାୟକଙ୍କ ସମର୍ଥକ, ହେଲେ ଅଭିଯୁକ୍ତଙ୍କୁ ଦୟା ଦେଖାଇ ଛାଡ଼ିଦେଉଛି ପୋଲିସ

Published By : Prameya-News7 Bureau | January 19, 2019 IST

ଧାନବାଦ ୧୯/୧- ଝାରଖଣ୍ଡର ଧାନବାଦରେ ବିଧାୟକଙ୍କ ସମର୍ଥକମାନେ ଜଣେ ଅସହାୟ ଯୁବତୀଙ୍କୁ କରିଛନ୍ତି ଅସଦାଚାରଣ । ହେଲେ ପୋଲିସ କି ପ୍ରଶାସନ କେହି ଶୁଣିନାହିଁନ୍ତି ଯୁବତୀଙ୍କ ଅଭିଯୋଗ । ଅଭିଯୋଗ କରିବା ପରେ ତାଙ୍କୁ ପୁଣିଥରେ  ଦୁଷ୍କର୍ମର  ଶିକାର ହେବାକୁ ପଡ଼ିଛି ।

ଯୁବତୀଙ୍କ କହିବା ଅନୁସାରେ ରାହୁଲ ମିଶ୍ରା ଓ ରାହୁଲ ମହତୋ ଏହି ଘଟଣାରେ ସଂପୃକ୍ତ ଥିଵାର ଜଣାଯାଇଛି । ରାହୁଲ ମିଶ୍ରା ଓ ରାହୁଲ ମହତୋ ଦୁଇଜଣ ବିଧାୟକ ଅରୂପ ଚାଟାର୍ଜୀଙ୍କ ପାଖ ଲୋକ ବୋଲି ପୋଲିସ କୌଣସି ପଦକ୍ଷେପ ନେଉନାହିଁ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯୁବତୀ ।

ଧାନବାଦର ନିରସା ଥାନା ଅଂଚଳରେ ଏହି ଯୁବତୀ ବିଧାୟକ ସମର୍ଥକଙ୍କ ବିରୋଧରେ ଆଣିଛନ୍ତି  ଆହୁରୀ ସଂଗୀନ ଅଭିଯୋଗ । ସେ ନଈକୁ ଶୌଚ ହେବାକୁ ଯାଉଥିବା ସମୟରେ ବିଧାୟକଙ୍କ ଦୁଇ ସମର୍ଥକ ତାଙ୍କୁ ପାଖ ନଈହୁଡ଼ାକୁ ଟେକି ନେଇଥିଲେ । ସେଠାରେ ସେମାନେ ବଳପୂର୍ବକ ଲଗାତର ଦୁଷ୍କର୍ମ କରିଥିଲେ । କିନ୍ତୁ କାହାକୁ କହିଲେ ଜୀବନରୁ ମାରିଦେବେ- ସେ ବିଧାୟକଙ୍କ ଲୋକ ବୋଲି ବାରମ୍ବାର ଧମକଦେଇ କହିଥିଲେ । ଯୁବତୀ ସେହି ଭୟରେ ପରିବାର ଲୋକଙ୍କ ବ୍ୟତୀତ ଆଉ କାହାକୁ କହି ନଥିଲେ । ଜାନୁଆରୀ ମାସ ୧୪ ତାରିଖର ଥିଲା ଏହି ଘଟଣା ।

 ଜାନୁଆରୀ ମାସ ୧୭ ତାରିଖରେ ପୁଣି ସେଇ ଦୁଇ ବାହୁବଳୀ ବିଧାୟକ ସମର୍ଥକଙ୍କ ସହିତ ଆହୁରି ୪ଜଣ ଆସିଥିଲେ । ସେମାନେ ଘରେ ଜୋରଜବରଦସ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ଯୁବତୀଙ୍କ ଭାଇ ବିରୋଧ କରିବାରୁ ତାଙ୍କୁ ଘରେ ପଡ଼ିଥିବା ଲୁହା ରଡ଼ରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଡ଼ିଆଇଜି ତଦନ୍ତଭାର ନେଇ ଘଟଣାକୁ ଗୁରୁତର ସହ ବିଚାର କରୁଛନ୍ତି ।

     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.