Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୨ ଦିନରେ ଭାସିଗଲେଣି ୨ଜଣ, ବଡ଼ କେନାଲକୁ ଗାଧୋଇଯିବାକୁ ଡ଼ର

24/10/2020 at 1:41 PM

ବରଗଡ଼ ୨୪।୧୦: ୨ଦିନରେ ଭାସିଗଲେଣି ୨ଜଣ । ବରଗଡ଼ କେନାଲରେ ଗୋଧୋଇବା ବେଳେ ଭାସିଗଲେଣି ୨ଜଣ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

ପାଣିରେ ଭାସି ଦୁଇଦିନରେ ଦୁଇ ଜଣ ନିଖୋଜ । ଗତକାଲି ବରଗଡ ସିଦ୍ଧେଶ୍ୱର ନଗର ଅଞ୍ଚଳର ଜଣେ ୭୦ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ବରଗଡ଼ ମୁଖ୍ୟ କେନାଲରେ ଗାଧୋଇବା ସମୟ ପାଣି ରେ ଭାସି ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପ୍ରାୟ ୪ ରୁ ୫ଘଣ୍ଟା ସମୟରେ ଶିକ୍ଷକଙ୍କୁ  ଖୋଜା ଖୋଜି କରିଥିଲେ,  କିନ୍ତୁ ଶିକ୍ଷକଙ୍କ କୌଣସି ପତ୍ତା ମିଳିନଥିଲା ।  

ସେହିପରି ଆଜି ପୁଣି ଜଣେ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଛନ୍ତି । ବରଗଡ ତଲିପଡାର ଓମ୍ ପ୍ରକାଶ ଭୋଇ ବରଗଡ଼ ମୁଖ୍ୟ କେନାଲର ବରଡୋଲ ନିକଟରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛି ।  ପାଣିରେ ବୁଡି ଯାଇ ଭାସିଯାଇଥିବା ଅନୁମାନ କରାଯାଉଛି ।  ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି ।୨ ଦିନରେ ୨ ଜଣ ଙ୍କ କେନାଲରେ ନିଖୋଜ ହେବା,  ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

   Related Posts