ନଦୀକୁ ଡେଇଁ ଦୁଇ ଯୁବତୀ ନିଖୋଜ ! ବ୍ରିଜ୍ ଉପରୁ ମିଳିଲା ସ୍କୁଟି ଓ ଚପଲ

Published By : Prameya-News7 Bureau | October 15, 2020 IST

ବଲାଙ୍ଗୀର ୧୫।୧୦: ବଲାଙ୍ଗୀର ତୁଷରା ତେଲ ନଦୀ ଉପରୁ ମିଳିଲା ସ୍କୁଟି ଓ ଚପଲ । ଦୁଇ ଯୁବତୀ ନଦୀକୁ ଡେଇଁ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":344839,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜ୍ ଉପରୁ ତଳକୁ ଡେଇଁ ଦୁଇ ଜଣ ଯୁବତୀ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି । ବ୍ରିଜ୍ ଉପରେ ଦୁଇ ହଳ ଚପଲ ପଡିଥିବା ବେଳେ ଗୋଟିଏ ସ୍କୁଟି ସେଠାରେ ରଖାଯାଇଛି । ଖବର ପାଇ ଘଟଣା ସ୍ଥଳରେ ତୁଷୁରା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରୁଛନ୍ତି ।

{"id":344840,"sizeSlug":"large"}

ତେବେ ବ୍ରିଜ୍ ଉପରୁ ମିଳିଥିବା ନମ୍ବରରୁ ଏହା କଳାହାଣ୍ଡି ଜିଲ୍ଲା ରାମତାର ଅଗ୍ରଓ୍ବାଲଙ୍କର ବୋଲି ଜଣାପଡିଛି । ଯୁବତୀ ଦୁଇ ଜଣ ତୁଷୁରା ଥାନା ଗୁଡଭେଳା ଅଞ୍ଚଳର ବୋଲି ସୂଚନା ମିଳୁଛି । ସେମାନେ ହେଲେ ଟିକେ ରାମ ଅଗ୍ରୱାଲଙ୍କ ଦୁଇ ଝିଅ
ଅନମୋଲ ଅଗ୍ର ୱାଲ୍ ଓ ଆଞ୍ଚଲ୍ ଅଗ୍ରୱାଲ ।

ହେଲେ ସେମାନେ କାହିଁକି ନଦୀକୁ ଡେଇଁଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

{"id":344841,"sizeSlug":"large"}

ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣାମାନ ଦେଖିବାକୁ ମିଳିଛି । ଜଗତସିଂହପୁରରେ ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଥିବା ବେଳେ କିଛି ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କଟକରେ ସେଲ୍ଫି ନେବା ବେଳେ ମା'-ଝିଅ ନଦୀ ପାଣିରେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ସମ୍ବଲପୁରରେ ମଧ୍ୟ ମା'-ଝିଅ ନଦୀକୁ ଡେଇଁ ପଡିଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.