ବୈତରଣୀ ବ୍ୟାରେଜରେ ଭାସିଗଲେ ୩ ଜଣ : ଜଣେ ଉଦ୍ଧାର, ୨ ନିଖୋଜ

Published By : Prameya-News7 Bureau | September 17, 2021 IST

ଆନନ୍ଦପୁର ୧୭।୯: ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଭାସିଗଲେ ୩ ଜଣ । କାଠ ଆଣୁଥିବା ବେଳେ ୩ ଜଣ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ୨ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ କୁମୁଣିଆ ଗ୍ରାମର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ଜଣ ସାଥୀ ଟ୍ୟୁବ୍ ସାହାଯ୍ୟରେ ବୈତରଣୀରେ କାଠ ଆଣୁଥିଲେ । ଆନନ୍ଦପୁର ବ୍ୟାରେଜ ନିକଟରେ ଅସାବଧାନତା ଯୋଗୁଁ ୩ ଜଣ ପାଣିରେ ଭାସି ଯାଇଥିଲେ । ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ଜଗବନ୍ଧୁ ନାଏକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟ ୨ ଜଣ ଭାସି ଯାଇଥିବା ଜଗବନ୍ଧୁ କହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.