ଏଟିଏମ୍ରୁ ଚୋରି ଉଦ୍ୟମ ବେଳେ ଧରାପଡିଲେ ୨ ଲୁଟେରା
24/11/2018 at 9:48 AM

ଭୁବନେଶ୍ବର ୨୪|୧୧: ଏଟିଏମ୍ ରୁ ଚୋରି ଉଦ୍ୟମ ବେଳେ ଧରାପଡିଲେ ୨ ଲୁଟେରା । ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଡେଲଟା ଛକ ନିକଟରେ ଥିବା ଏସବିଆଇ ଏଟିଏମ୍ ତାଡି ଚୋରି ଉଦ୍ୟମ କରୁଥିବାବେଳେ ୨ଜଣ ଲୁଟେରାଙ୍କୁ ଧରିଛି ପୋଲିସ । ପାଖ ଦୋକାନୀ ଚୋରି ହେଉଥିବା ନେଇ ପୋଲିସକୁ ଖବର ଦେଇଥିଲା । ଖବର ପାଇବା ପରେ ପିସିଆର୍ ୧୫ ଆସି ୨ ଲୁଟେରାକୁ ଧରିଥିଲା ।୨ ଲୁଟେରା ହେଲେ ରୂପକ ଶତପଥୀ ଏବଂ ସାଗର ରଞ୍ଜନ ପ୍ରଧାନ । ସେମାନଙ୍କଠାରୁ ଏକ ସ୍କୁଟି ଏବଂ ଲୁଟ୍ ରେ ବ୍ୟବହାର ହେଉଥିବା କଟର ମେସିନକୁ ଜବତ କରିଛ ପୋଲିସ ।