ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଇ ଫେରାର ହୋଇଗଲେ ଦୁଇ ଦୁର୍ବୃତ୍ତ, ଥାନାରେ ମାମଲା ରୁଜୁ

Published By : Prameya-News7 Bureau | January 31, 2020 IST

ବାଲିପାଟଣା ୩୧।୧: ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟିନଲେ ଦୁର୍ବୃତ୍ତ । ଏପରିକି ଲୁଟ୍ ସମୟରେ ମହିଳାଙ୍କୁ ଧକ୍କାମାରି ତଳେ ପକାଇଦେଇଥିଲେ ଲୁଟେରା । ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ ।

{"id":218018,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଦିନ ୩ଟାରେ  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅନ୍ତର୍ଗତ କଳିଙ୍ଗ ଛକ ନଖରା ଗ୍ରାମ ନିକଟରେ । ଆକ୍ରମଣ ଏବଂ ଲୁଟ୍ ର ଶିକାର ହୋଇଛନ୍ତି ଶିକ୍ଷୟିତ୍ରୀ ପୁଷ୍ପବତୀ ମହାପାତ୍ର । ଶିକ୍ଷୟିତ୍ରୀ ଜଣଙ୍କ ଏକୁଟିଆ ଫୁନଲଖରା-ନିଆଳି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଦୁଇଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ସୁଯୋଗ ଦେଖି ଜଣେ ଲୁଟେରା ମହିଳାଙ୍କ ବେକର ସୁନା ଚେନ୍ ଛିଣ୍ଡାଇନେବା ସହ ମହିଳାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲା । ଅନ୍ୟ ଜଣେ ଲୁଟେରା ବାଇକ୍ ରେ ଆସିବା ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଲୁଟ୍ ସମୟର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ମହିଳାଙ୍କ ପକ୍ଷରୁ ପାହଳ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.