Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କୋଲ୍ଡ ଡ୍ରିଙ୍କ୍‌ସ୍ ଆଣିବାକୁ ଯାଇଥିଲେ ଦୁଇ ନାବାଳିକା, ଦୋକାନୀ କଲା ଅସଦାଚରଣ

5/06/2021 at 11:29 PM

ଜଳେଶ୍ବର ୦୫/୦୬: ପେପସି ଆଣିବାକୁ ଯାଇଥିବା ଦୁଇ ନାବାଳିକାଙ୍କୁ ଦୋକାନୀଙ୍କ ଅସଦାଚରଣ। ଏହି ଲଜ୍ଜାଜନକ ଘଟଣା ଘଟିଛି  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ମ୍ୟୁନିସିପାଲଟି ଅନ୍ତର୍ଗତ ଶାନ୍ତିଆ ବ୍ଲକ ବଜର ନଅ ନମ୍ବର ଓ୍ଵାର୍ଡରେ। ଗାଁରେ ଉତ୍ତେଜନା ଦେଖା ଦେବାରୁ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଦୋକାନୀ ବିରୋଧରେ ନାବାଳିକାଙ୍କ ମା-ବାପା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଦୁଇ ଜଣ ନାବାଳିକା ତାଙ୍କର ଘର ସମ୍ମୁଖରେ ଥିବା ଦୋକାନକୁ ଜୁନ ୩ ତାରିଖ ଦିନ ୧୦ଟା ବେଳେ ପେପସି ଆଣିବାକୁ ଯାଇଥିଲେ। ଦୋକାନୀ ଜଣଙ୍କ ଉକ୍ତ ଦୁଇ ନାବାଳିକାଙ୍କୁ ଘର ଭିତରେ ପୁରାଇ ସେମାନଙ୍କୁ ଅସଦା ଚରଣ କରିଥିଲା। ନାବାଳିକା ଦୁଇ ଜଣ ଚିତ୍କାର କରି ଦୋକାନୀ କବଳରୁ ଖସି ପଳାଇ ଆସିଲେ। ପୁଣିଥରେ ସେହି ଦୁଇ ନାବାଳିକା ଶନିବାର ପୂର୍ବାହ୍ନ ୧୦ଟାରେ ସେହି ଦୋକାନକୁ ପେପସି ଆଣିବାକୁ ଯାଇଥିଲେ। ଦୋକାନୀ ଜଣକ ପୂର୍ବ ପରି ସେହିଭଳି ଆଚରଣ ପ୍ରଦର୍ଶନ କରିଥିଲା।

ନାବାଳିକା ଦୁଇ ଜଣ ଆସି ସେମାନଙ୍କର ମାଙ୍କୁ ଘଟଣା ବିଷୟରେ ଜଣାଇ ଥିଲେ। ସନ୍ଧ୍ୟାରେ ଘରର ମାଲିକ ଆସିଲା ପରେ ମା ଜଣକ ଝିଅର ବାପାଙ୍କୁ ସବୁ କଥା ଜଣାଇ ଥିଲା। ଧୀରେ ଧୀରେ କଥା  ପ୍ରଘଟ ହେବାରୁ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚି ଜଳେଶ୍ବର ପୋଲିସ ସ୍ଥିତି ନିୟନ୍ତ୍ରଣ କରି ଥାନାରେ ଅଭିଯୋଗ କରିବାକୁ ପୀଡିତାଙ୍କ ବାପା-ମାଙ୍କୁ କହିଥିଲେ। ଶନିବାର ରାତ୍ରି ୯ଟା ୩୦ମିନିଟ ସମୟରେ  ଜଳେଶ୍ବର ଥାନାରେ  ଅଭିଯୋଗ ଦାଖଲ କରିଛନ୍ତି ନାବାଳିକାର ମା ଓ ବାପା।

   Related Posts