Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ: ପୋଲିସ୍‌ ଚୁପ୍‌, ମାତିଲେ ଲୋକେ

25/10/2020 at 3:49 PM

ଇସ୍‌ଲାମାବାଦ ୨୫/୧୦: ଦୁଇ ନାବାଳିକା ଭଉଣୀଙ୍କୁ ୬ ଦିନ ଧରି ଗଣଦୁଷ୍କର୍ମ କରିଥିଲେ ୧୫ ରାକ୍ଷସ। ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ ୧୭ ଓ ୧୫ ବର୍ଷ। ନାବାଳିକାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ଏହି ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ରାସ୍ତାକୁ ଓହ୍ଲାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପୀଡ଼ିତାଙ୍କ ମାଙ୍କ ଅଭିଯୋଗ ଅନୁଯାୟୀ, ୧୧ ଜଣ ବ୍ୟକ୍ତି ତାଙ୍କର ଦୁଇ ଝିଅଙ୍କୁ ଅପହରଣ କରିନେଇଥିଲେ। ଫୈସଲାବାଦ ଅଞ୍ଚଳରେ ସେମାନଙ୍କୁ ରଖି ଗଣଦୁଷ୍କର୍ମ କରିଥିଲେ। geo.tvର ରିପୋର୍ଟ ଅନୁସାରେ ୧୫ ଜଣଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ୬ ଦିନ ପୀଡ଼ିତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖି ଗଣଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡ଼ତାଙ୍କ ମା।

ତେବେ ୧୧ ସେପ୍ଟେମ୍ବରରୁ ସେମାନଙ୍କୁ ଅପହରଣ କରାଯାଇଥିବା ବେଳେ ସେମାନଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଏହାସହ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ସୁଟ୍‌ କରି ରଖିଥିବା ଜଣାପଡ଼ିଛି। ୬ ଦିନ ଗଣଦୁଷ୍କର୍ମ କରିବା ପରେ ସାନ ଭଉଣୀଙ୍କୁ ଫୈସଲାବାଦର ଜଙ୍ଗ ବଜାରରେ ଓ ବଡ଼ ଭଉଣୀଙ୍କୁ ଗୁଜରାନଓ୍ବାଲାରେ ଛାଡ଼ି ଚାଲିଯାଇଥିଲେ ଅଭିଯୁକ୍ତ।

ଅନ୍ୟପଟେ ମାମଲାରେ ଲଢ଼ିବାକୁ ସମ୍ବଳ ନଥିବା କହିବା ସହ ଦୁଇ ଝିଅଙ୍କୁ ନେଇ ଦେଶର ଅନ୍ୟ ପ୍ରାନ୍ତକୁ ଚାଲିଯିବେ ବୋଲି କହିଛନ୍ତି ପୀଡ଼ିତାଙ୍କ ମା। ତେବେ ଘଟଣା ପରେ ବି ଅଭିଯୁକ୍ତମାନେ ସେମାନଙ୍କ ପିଛା କରିବା ଛାଡ଼ିନାହାନ୍ତି ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି।

   Related Posts