ଗାଁ ପୋଖରୀରୁ ମିଳିଲା ୨ ନାବାଳିକାଙ୍କ ମୃତଦେହ, ଗାଁରେ ପଡିଛି କାନ୍ଦବୋବାଳି

Published By : Prameya-News7 Bureau | October 07, 2021 IST

ଆଠମଲ୍ଲିକ ୭।୧୦: ଆଠମଲ୍ଲିକ ଠାକୁରଗଡ଼ ଥାନା କନ୍ତପଡା ଗ୍ରାମରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଗ୍ରାମର କୁରୁମଛକ ନିକଟରେ ଥିବା ଏକ ଛୋଟ ପୋଖରୀକୁ ଗାଁର ଦୁଇ ନାବାଳିକା ବର୍ଷା ସାହୁ ଓ ଶ୍ରୀମତୀ ପ୍ରଧାନ ଗାଧୋଇବାକୁ ଯାଇଥିଲେ । ପରେ ଘରକୁ ନ ଫେରିବାରୁ ଲୋକ ଖୋଜାଖୋଜି କରିଥିଲେ । ଗାଁ ପୋଖରୀରୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଖବର ପାଇ ଠାକୁରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.