Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଏପଟେ ଭୋଟ୍ ଆଉ ସେପଟେ ଦୁଇ ଦୁଇଟି ଲୋମହର୍ଷଣକାରୀ ନାବାଳିକା ଦୁଷ୍କର୍ମ ଘଟଣା, ଜଣେ ପିଡୀତା ଜୀବନ ସହ କରୁଛନ୍ତି ସଂଗ୍ରାମ

18/04/2019 at 6:50 PM

ଭୁବନେଶ୍ବର ୧୮|୪: ୨ ନାବାଳିକା ଦୁଷ୍କର୍ମର ଶିକାର । ନୟାଗଡ଼ ଫତେଗଡ ଥାନା ମଙ୍ଗଳପୁର ଗାଁର ଜଣେ ନାବାଳିକାକୁ  ସ୍କୁଲରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ବେଳେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଞ୍ଚାୟତର ଜଣେ ନାବାଳିକା ସ୍ଥାନୀୟ ଅଞ୍ଚଳରୁ ଉଡାଯାତ୍ରା ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ।

ମୁମୂର୍ଷୁ ଅବସ୍ଥାରେ ନାଁବାଳିକା ଉଦ୍ଧାର । ନାବାଳିକାର ମୁଣ୍ଡ, ମୁହଁ ଓ ବେକରେ ଶକ୍ତ ଆଘାତ । ନାବାଳିକା ଟି ମରିଯାଇଥିବା ଭାବି ତାକୁ ରାସ୍ତା ପାର୍ଶ୍ବରେ ଛାଡି ଅଭିଯୁକ୍ତ ଫେରାର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଞ୍ଚାୟତ ନାଲଗରା ଗାଁରୁ  ।  ନାବାଳିକା ଜଣକ ଉଡା ପର୍ବ ଦେଖିବାକୁ ଯାଇଥିଲେ । ବଡିଭୋରରୁ ନାବାଳିକାକୁ ଅତି ସଂକଟାପଣ୍ଣ ଅବସ୍ଥାରେ ଗାଁଲୋକେ ଉଦ୍ଧାର କରିଛନ୍ତି ।  ପଥମେ  ଭଦ୍ରକ ମେଡିାକଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ନାବାଳିକାଙ୍କୁ କଟକ ଏସବି ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ବେଳେ ଜଣେ ୬୫ବର୍ଷିୟ ବୃଦ୍ଧକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

ସେପଟେ ନୟାଗଡ ଜିଲ୍ଲା ଫତେଗଡ ଥାନା ମଙ୍ଗଳପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲରୁ ଫେରୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗ୍ରାମବାସୀଙ୍କ ମାଡରେ ଅଭିଯୁକ୍ତ ଲହୁଲୁହାଣ ।  ଅଭିଯୁକ୍ତକୁ ଉଦ୍ଧାର କରିବାକୁ ଆସିଥିବା ପୋଲିସ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା ।  ଘର ପାଖ ଛକରେ ଛାଡିଦେବାକୁ କହି ଅଭିଯୁକ୍ତ ଜଣକ ନାବାଳିକାକୁ ଦୁସ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ମଙ୍ଗଳପୁର ଗାଁର ନାବାଳିକାକୁ ସ୍ଥାନୀୟ ବାହାଡା ଛକରେ ଛାଡିଦେବାକୁ କହି ସେହି ଗାଁର ଜିତୁ ମହାରଣା ବାଇକରେ ବସାଇଥିଲେ । ତେବେ ଜିତୁ ନାବାଳିକା ଜଣକୁ ଜୋର ଜବରଦସ୍ତ  ଘଣ୍ଡପଡା  ସାନସଙ୍ଗ ନିକଟରେ ଥିବା ପାଣିଟାଙ୍କି ନିକଟକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 

ଏସଂପର୍କରେ ନାବାଳିକା ଜଣଙ୍କ ନିଜର ବାପାମାଙ୍କୁ ଜଣାଇବା ପରେ ଗ୍ରାମବାସୀ ଓ ପରିବାର ଲକୋ ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ମାଡ ମାରି ସଜ୍ଞାହୀନ କରିଦେଇଥିଲେ । ପରେ ପୋଲିସ ଲୋକଙ୍କୁ ବୁଝା ସୁଝା କରି ଅଭିଯୁକ୍ତଙ୍କୁ ଥାନାକୁ ନେଇଛି । ଘଟଣାକୁ ନେଇ ଏବେ ବେ ଗାଁରେ ଉତ୍ତେଜନ ଲାଗିରହିଛି ।

   Related Posts