ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
29/12/2018 at 2:19 PM

ବଣାଇ ୨୯|୧୨: ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ସୁନ୍ଦରଗଡ ଚାନ୍ଦିପୋଷ ଥାନା ଏରଗଡାରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଜଣଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ଏନେଇ ଉଭୟଙ୍କ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଏତଲା ଦିଆଯାଇଛି । ପୀଡିତାଙ୍କୁ ପଚରାଉଚରା ସହ ଏନେଇ ଏଧିକ ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଏରଗଡା ଗାଁରେ ଦୁଇ ଜଣ ନାବାଳିକାଙ୍କୁ ଯାତ୍ରା ଦେଖିବାକୁ ଯିବାପାଇଁ ଦୁଇ ଜଣ ନାବାଳକ ଡାକିଥିଲେ । ଯାତ୍ରା ଦେଖି ଫେରିବା ବେଳେ ଦୁଇ ଜଣ ନାବାଳକ ଦୁଇ ନାବାଳିକାଙ୍କୁ ଜଙ୍ଗଲକୁ ଉଠାଇ ନେଇଥିଲେ । ଜଙ୍ଗଲରେ ଥିବା ଏକ ଘରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ଏହି ଘଟଣାକୁ ଗାଁରେ ସମାଧାନ କରିବାପାଇଁ ଚେଷ୍ଟା କରିଥିଲେ ଗ୍ରାମବାସୀ । ଗାଁରେ ସମାଧାନ ହୋଇନପାରିବାକୁ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଛି । ତେବେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କୁ ପଚରାଉଚରା ସହ ଉଭୟଙ୍କ ଡାକ୍ତରୀମାଇନା ପାଇଁ ସ୍ଥାନୀୟ ଲହୁଣୀପଡା ମେଡିକାଲଙ୍କୁ ପଠାଯାଇଛି ।