ଶାଗ ତୋଳିବା ହେଲା କାଳ : ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ

Published By : Prameya-News7 Bureau | May 06, 2021 IST

ନବରଙ୍ଗପୁର ୬।୫: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ମଙ୍ଗିଆଗୁଡା ଗାଁ ନିକଟରେ ବଜ୍ରପାତ । ଫଳରେ ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ନିକଟସ୍ଥ ଟେମରା ଗାଁର ଉର୍ମିଳା ଭତ୍ରା ଏବଂ ହୀରାଦେଇ ଭତ୍ରା ।

{"id":448944,"width":747,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ଟେମେରା ଗାଁର ୪ ଜଣ ନାବାଳିକା ଗାଁ ନିକଟ ମଙ୍ଗିଆଗୁଡା ଗାଁକୁ ଏକ ଜମିରୁ ଶାଗ ତୋଳିବାକୁ ଯାଇଥିଲେ । ଶାଗ ତୋଳିବା ସମୟରେ ଘଡଘଡି, ବିଜୁଳି ସହ ବର୍ଷା  ହୋଇଥିଲା । ଏହାସହ ଜମି ନିକଟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ଯୋଗୁଁ ଘଟଣାସ୍ଥଳରେ ତିନି ଜଣ ନାବାଳିକା ଗୁରୁତର ଆହତ ହୋଇଥିବାବେଳେ  ସମସ୍ତଙ୍କୁ ତୁରନ୍ତ କୋଷାଗୁମୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.