ଗାଧୋଇବା ବେଳେ ପାଣିରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

Published By : Prameya-News7 Bureau | October 07, 2020 IST

ନିମାପଡା ୭।୧୦: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗଣ୍ଡପଡା ଗ୍ରାମର ୨ ଜଣ ନାବାଳିକାଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଖରୀରେ ୨ ଜଣ ପିଲା ଭାସୁଥିବାର ଦେଖିଥିଲେ ଗ୍ରାମବାସୀ । କେତେକ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେଠାରୁ ଡେଲାଙ୍ଗ ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ବିରଞ୍ଚି ବେହେରାଙ୍କ ୧୦ ବର୍ଷର ଝିଅ ଲିଜା ବେହେରା ଓ ବିଜୟ ବେହେରାଙ୍କ ୮ ବର୍ଷର ଝିଅ ଦୀପ୍ତି ବେହେରା ଘର ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପାଣିରେ ଗୋଡ ଖସିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.