ମାଛ ଧରିବାକୁ ଯାଇ ଆଉ ଫେରିଲେନି, ଘରକୁ ଫେରିଲା ମୃତଦେହ

Published By : Prameya-News7 Bureau | March 11, 2021 IST

କୋରାପୁଟ ୧୧।୩: ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ । କୋରାପୁଟ ପାତାଳୀ ନଦୀ ପଡେଇସିଂ ଘାଟରେ ଘଟିଛି ଏଭଳି ଅଘଟଣ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ବ୍ଲକ୍ ଗୋଲୁର୍ ଗ୍ରାମ ପଞ୍ଚାୟତ ସ୍ଥିତ ତାମଡିଂ ଓ ପୋଡୋଇସିଂର ଦୁଇ ନାବାଳିକା ପାତାଳୀ ନଦୀରେ ମାଛ ଧରିବା ପାଇଁ ଯାଇଥିବା ସମୟରେ ବୁଡିଯାଇଥିଲେ। ଖବର ପାଇ ଗ୍ରାମବାସୀ ପହଞ୍ଚି ନଦୀ ଭିତରୁ ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଦୁଇ ନାବାଳିକା ହେଲେ ଦଶମନ୍ତ ଖିଲଙ୍କ ଝିଅ ଅନିତା ଖିଲ (୧୦) ଓ ଭକ୍ତରାମ ଖିଲ ଦେଲୁ ଖିଲ (୧୫) । ଘଟଣା ନେଇ ପାଡୁଆ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.