Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବରଙ୍ଗପୁର ଏକ ଚାଷ ଜମିରେ ଥିବା ପରିତ୍ୟକ୍ତ କୂଅରେ ପଡ଼ି ୨ ଜଣ ନାବାଳକ ମୃତ

6/09/2018 at 1:57 AM

ନବରଙ୍ଗପୁର ୦୫/୦୯ : ନବରଙ୍ଗପୁରରେ ଦୁଃଖଦ ଘଟଣା। ଚାଷ ଜମିରେ ଥିବା ପରିତ୍ୟକ୍ତ କୂଅରେ ପଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ । ପାପଡ଼ାହାଣ୍ଡି ଥାନା ବଡ଼କୁମୁଲି ଗାଁରେ ଏହି ଅଘଟଣ ଘଟିଛି । ଗାଁ ସ୍କୁଲର ୪ ଜଣ ଛାତ୍ର କୂଅ ନିକଟକୁ ଗାଧୋଇବାକୁ ଯାଇଥିବା ବେଳେ, ଏହି ଅଘଟଣ ଘଟିଛି। ୨ ଜଣ ନାବାଳକ କୂଅ ପାଣି ଭିତରକୁ ଡେଇଁଥିବା ବେଳେ ,ପରେ କିନ୍ତୁ ବାହାରି ପାରିନଥିଲେ। ପରେ ଗାଁ ଲୋକେ ଏ ସଂପର୍କରେ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ୨ ନାବାଳକଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ପ୍ରଭାତ ହରିଜନ ଓ ଜୟନ୍ତ ହରିଜନ। ମୃତକଙ୍କ ପରିବାରକୁ ରିଲିଫ୍ କୋଡ୍ ଅନୁସାରେ ସହାୟତା ଦିଆଯିବ ବୋଲି ସ୍ଥାନୀୟ ତହସିଲଦାର୍ କହିଛନ୍ତି।.

   Related Posts